କେଉଁ ଜିଲ୍ଲାରେ ଅଛନ୍ତି ଅଧିକ କରୋନା ରୋଗୀ ଜାଣନ୍ତୁ?

ଭୁବନେଶ୍ୱର : ରାଜ୍ୟରେ ଏଯାବତ ୩ ଲକ୍ଷ ୪୬ ହଜାର ୮୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଲକ୍ଷ ୩୮ ହଜାର ୮୯୦ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୫୯୪୧ ରୋଗୀ ଚିକିତ୍ସିତ ହେଉଥିବାବେଳେ ୧୯୨୪ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି କରୋନାରେ ଆକ୍ରାନ୍ତ ହୋଇଥିଲେବି ଅନ୍ୟ ରୋଗରେ ପୀଡ଼ିତ ଥିବାରୁ ୫୩ ଜଣ ମୃତୁ୍ୟବରଣ କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ ସମ୍ପ୍ରତି ଅନୁଗୁଳରେ ୨୦୮, ବାଲେଶ୍ୱରରେ ୧୦୯, ବରଗଡ଼ରେ ୩୫୮, ଭଦ୍ରକରେ ୯୩, ବଲାଙ୍ଗୀରରେ ୧୭୭, ବୌଦ୍ଧରେ ୪, କଟକରେ ୩୩୧, ଦେବଗଡ଼ରେ ୧୧, ଢେଙ୍କାନାଳରେ ୧୮, ଗଜପତିରେ ୧୨, ଗଞ୍ଜାମରେ ୧୧୦, ଜଗତସିଂହପୁରରେ ୨୬, ଯାଜପୁରରେ ୧୧୯, ଝାରସୁଗୁଡ଼ାରେ ୨୨୦, କଳାହାଣ୍ଡିରେ ୫୦୬, କନ୍ଧମାଳରେ ୩୦, କେନ୍ଦ୍ରାପଡ଼ାରେ ୨୭, କେନ୍ଦୁଝରରେ ୮୫, ଖୋର୍ଦ୍ଧାରେ ୯୨୨, କୋରାପୁଟରେ ୫୫, ମାଲକାନାଗିରିରେ ୪, ମୟୂରଭଞ୍ଜରେ ୧୭୬, ନବରଙ୍ଗପୁରରେ ୧୧୩, ନୟାଗଡ଼ରେ ୩୯, ନୂଆପଡ଼ାରେ ୩୬୮, ପୁରୀରେ ୨୧୦, ରାୟଗଡ଼ାରେ ୮୩, ସମ୍ବଲପୁରରେ ୩୦୮, ସୁବର୍ଣ୍ଣପୁରରେ ୪୬, ସୁନ୍ଦରଗଡ଼ରେ ୯୫୫ ଓ ରାଜ୍ୟ ପୁଲରେ ୨୧୮ ଜଣ ଚିକିତ୍ସିତ ହେଉଛନ୍ତି ।