ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ
ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
କୈଲିବେଡା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ବିଏସଏଫ ବାହିନୀ ପକ୍ଷରୁ ମିଳିତ ଭାବେ ସେହି ସ୍ଥାନରେ କରିଥିଲେ ଚଢାଉ। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ଏହି ଏନ୍କାଉଣ୍ଟରେ ତିନି ଜଣ ମାଓବାଦୀଙ୍କ ନିହତ ହୋଇଥିବା ଜଣାପଡିଛି । ସେପଟେ ସମସ୍ତ ଯବାନ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି କାଙ୍କେର ଏସ୍ପି ଇନ୍ଦିରା କଲ୍ୟାଣ ଏସେଲା।
Powered by Froala Editor