ଆଜି ୪୩୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୨୪୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୮୬୪ ରହିଛନ୍ତି। କରୋନା ସଂକ୍ରମିତଙ୍କ ମଧ୍ୟରୁ ମୋଟ ୭୯୬୭୯୯ ଜଣ ସୁସ୍ଥ ହୋଇସାରିଥିବାବେଳେ ରାଜ୍ୟରେ ୫୫୯୨୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।
Powered by Froala Editor