ରାଜ୍ୟରେ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୮୯୦ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ନୂଆପଡ଼ାରେ ୪୦, ବରଗଡ଼ରେ ୩୪, ଖୋର୍ଦ୍ଧାରେ ୨୬, ସୁନ୍ଦରଗଡ଼ରେ ୨୬, କଳାହାଣ୍ଡିରେ ୨୨, କଟକରେ ୧୬, ଅନୁଗୁଳରେ ୭, ଗଞ୍ଜାମରେ ୭, ମୟୂରଭଞ୍ଜରେ ୭, ବାଲେଶ୍ୱରରେ ୬, ବଲାଙ୍ଗୀରରେ ୫, ଯାଜପୁରରେ ୫, ଢେଙ୍କାନାଳରେ ୩, କେନ୍ଦୁଝରରେ ୩, ନବରଙ୍ଗପୁରରେ ୩, ରାୟଗଡ଼ାରେ ୩, ଝାରସୁଗୁଡ଼ାରେ ୨, ନୟାଗଡ଼ରେ ୨, ପୁରୀରେ ୨, ଜଗତସିଂହପୁରରେ ୧ ଓ ରାଜ୍ୟ ପୁଲରେ ୬ ଜଣ ସୁସ୍ଥ ହୋଇଛନ୍ତି ।