'ସାଲେଖନା' ବ୍ରତ ପାଳନ କରି ଶେଷ ନିଃଶ୍ୱାସ ତ୍ୟାଗ କଲେ ଆଚାର୍ଯ୍ୟ ବିଦ୍ୟାସାଗର

ପ୍ରସିଦ୍ଧ ଜୈନ ସାଧୁ ବା ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ୭୭ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଏକ୍ସରେ ଏକ ପୋଷ୍ଟରେ ଶୋକ ପ୍ରକାଶ କରିଛନ୍ତି।
ତିନି ଦିନ ଧରି ଉପବାସରେ ରହି ସମାଧି ନେଇଛନ୍ତି ମୁନି। ଜୈନ ସମାଜର ଏକ ପ୍ରମୁଖ ଧାର୍ମିକ ଗୁରୁ ଥିଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ। ସେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲେ। ତଥାପି ଏକ ବ୍ରତ ପାଳନ କରିଥିଲେ, ଯାହାରୁ 'ସାଲେଖନା' ବୋଲି କୁହାଯାଏ। ଏହି ବ୍ରତ ଅନୁସାରେ, ଜଣେ ବ୍ୟକ୍ତି ମୃତ୍ୟୁ ପର୍ଯ୍ୟନ୍ତ ଅନ୍ନ-ଜଳ ତ୍ୟାଗ କରିବେ। ଆତ୍ମାର ସୁଦ୍ଧତା ପାଇଁ ଜୈନ ଧର୍ମରେ ଏପରି ପ୍ରଥା ରହିଛି। ଆଚାର୍ଯ୍ୟ ବିଦ୍ୟାସାଗର ତିନି ଦିନ ପୂର୍ବରୁ ସ୍ୱେଚ୍ଛାକୃତ ଭାବେ ଏହି ବ୍ରତ ରଖିଥିଲେ। ତିନି ଦିନ ଧରି ଅନ୍ନ-ଜଳ ତ୍ୟାଗ କରି ତପସ୍ୟାରେ ଥିଲେ। ଗତକାଲି ରାତି ପ୍ରାୟ ୨.୩୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ରାଜାନନ୍ଦଗାଓଁରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥାନ ଡୋଙ୍ଗରଗଡ ପରିଦର୍ଶନ କରିଥିଲେ। ସେଠାରେ ସେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ମୋଦି ତାଙ୍କ ପାଦ ଛୁଇଁଥିଲେ ଏବଂ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ସେହି ସମୟର କିଛି ଫଟୋ ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି ।
Powered by Froala Editor