ଚେକ୍ ବାଉନ୍ସ ମାମଲାରେ ଫିଲ୍ମ ନିର୍ମାତାଙ୍କୁ ୨ ବର୍ଷ ଜେଲ୍
‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨ କୋଟି ଟଙ୍କାର ଜରିମାନା କରିଛନ୍ତି କୋର୍ଟ। ଚେକ ବାଉନ୍ସ ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ବ୍ୟତୀତ ଅଦାଲତ ତାଙ୍କୁ ଚେକ ରାଶିର ଦୁଇ ଗୁଣ ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ନିର୍ମାତା ରାଜକୁମାର ଜାମନଗର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରି ନ ଥିଲେ। ଯେତେବେଳେ ଏହି ରାଶି ଫେରସ୍ତ ହୋଇ ନ ଥିଲା, ଅଶୋକଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି ବେଳେ ରାଜକୁମାରଙ୍କ ବିରୋଧରେ କୋର୍ଟ ଏହି ବଡ ରାୟ ଦେଇଛନ୍ତି।
ଏହି ସମଗ୍ର ବିଷୟ ୨୦୧୫ ବର୍ଷର ଅଟେ । ୨୦୧୯ ମସିହାରେ ଜାମନଗର କୋର୍ଟ ରାଜକୁମାରଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ସେ କୋର୍ଟରେ ହାଜର ହୋଇଥିଲେ। ଏହା ପରେ ଅଶୋକଲାଲଙ୍କ ଓକିଲ କହିଥିଲେ ରାଜକୁମାର ଏବଂ ଅଶୋକଲାଲ ବହୁତ ଭଲ ବନ୍ଧୁ। ୨୦୧୫ରେ ଅଶୋକଲାଲ ତାଙ୍କୁ ଏକ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ କରିବାକୁ, ରାଜକୁମାର ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ ଚେକ ଦେଇଥିଲେ କିନ୍ତୁ ଏହି ଚେକ ଡିସେମ୍ବର ୨୦୧୬ରେ ବାଉନ୍ସ ହୋଇଥିଲା ।
ଚେକ ବାଉଂସ ହେବା ପରେ ଅଶୋକ ଲାଲ ରାଜକୁମାରଙ୍କ ସହିତ ଯୋଗାଯୋଗ କରିଥିଲେ। ହେଲେ ସେ କଥାବାର୍ତ୍ତା ହୋଇପାରିବେ ନାହିଁ ବୋଲି କହି ଫୋନ୍ କାଟି ଦେଇଥିଲେ। ଏହା ପରେ ଅଶୋକ ଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାଏର କରିଥିଲେ।
Powered by Froala Editor