ମାତ୍ର ୧୯ ବର୍ଷରେ ଆଖି ବୁଜିଲେ ଦଙ୍ଗଲ ଅଭିନେତ୍ରୀ
ଫିଲ୍ମ 'ଦଙ୍ଗଲ'ରେ ଅଭିନେତା ଆମିର ଖାନ୍ଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ସୁହାନୀ ଭଟ୍ଟନାଗରଙ୍କ ଦେହାନ୍ତ ହୋଇଛି। ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
ସୂଚନାନୁସାରେ, ୨୦୧୬ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର 'ଦଙ୍ଗଲ'ରେ ଆମୀର ଖାନଙ୍କ ସାନ ଝିଅ ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ସୁହାନୀ । ତାଙ୍କୁ ବବିତା ଫୋଗଟ୍ଙ୍କ ପିଲା ବେଳର ଭୂମିକା ମିଳିଥିଲା । ଏବେ ତାଙ୍କୁ ୧୯ବର୍ଷ ବୟସ ହୋଇଥିବା ବେଳେ ଏତେ କାମ ବୟସରେ ତାଙ୍କର ଦେହାନ୍ତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ପୂର୍ବେ ସୁହାନୀଙ୍କ ଗୋଡରେ ଆଘାତ ଲାଗିଥିଲା। ତାଙ୍କ ଗୋଡରେ ହୋଇଥିବା ଫ୍ୟାକ୍ଚରର ସେ ଚିକିତ୍ସା କରାଇଥିଲେ। ତେବେ ସେ ଏଥିପାଇଁ ଖାଉଥିବା ଔଷଧରୁ ସାଇଡ୍ ଇଫେକ୍ଟ ହେବା ଆରମ୍ଭ ହୋଇଥିଲା।
କୁହାଯାଉଛି ଯେ ଅଭିନେତ୍ରୀଙ୍କ ଶରୀରରେ ଫ୍ଲୁଇଡ୍ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଏବେ ତାଙ୍କର ଶେଷ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାରେ ସେ କରିଥିବା ପୋଷ୍ଟ ଭାଇରାଲ ହେବା ପରେ ନିଜର ମୃତ୍ୟୁ ବିଷୟରେ ସୁହାନୀ ଆଗରୁ ଜାଣିଥିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।
Powered by Froala Editor