ରାଜ୍ୟ ବଜେଟ୍: ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ
ଭୁବନେଶ୍ଵର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି କାମଚଳା ବଜେଟ୍ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣରେ କହିଛନ୍ତି।
ଅର୍ଥ ମନ୍ତ୍ରୀ ଆରୁଖ କହିଛନ୍ତି, ଧାନ ମୂଲ୍ୟ ସଠିକ୍ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟିର ରିଭଲଣ୍ଡି ଫଣ୍ଡର ବ୍ୟବସ୍ଥା କରାଯାଇଛି। ଆଗାମୀ ୫ ବର୍ଷରେ ୧୮୫୮ ସ୍ଵାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ। ଏଥିପାଇଁ ୩୩୯ କୋଟି ଟଙ୍କା ବ୍ୟବ ଅଟକଳ କରାଯାଇଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି, କାହାକୁ ଅବହେଳା ନ କରିବା ଆମ ୨୪ ବର୍ଷ ଶାସନର ମୂଳମନ୍ତ୍ର । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଏସକେୱାଇ ଯୋଜନା କରାଯାଇଛି ।
Powered by Froala Editor