ବନ୍ଧୁକ ମୁନରେ ୧୦ଲକ୍ଷ ଲୁଟିନେଲେ ଦୁର୍ବୁତ୍ତ
କୋଇଡା: ବନ୍ଧୁକ ମୁନରେ ଲୁଟ୍ ହୋଇଛି। ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ରୀତାରାଣୀ ଫାଣ୍ଡି ନିକଟସ୍ଥ ଏକ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୫ଜଣ ଦୁର୍ବୁତ୍ତ ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ ବେଳର ସମସ୍ତ ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ଏ ନେଇ ଟେନସା ଫାଣ୍ଡିରେ ଏତଲା ମଧ୍ୟ ଦିଆଯାଇଛି। ଅଭିଯୋଗ ପରେ କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor