ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ
ଶୁକ୍ରବାର ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତା’ସହିତ ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗଣମାଧ୍ୟମରେ କୌଣସି ବିବୃତ୍ତି ନଦେବାକୁ ତଥା ସାକ୍ଷୀମାନଙ୍କୁ ଧମକଚମକ ନଦେବାକୁ ସର୍ତ୍ତ ରଖିଛନ୍ତି କୋର୍ଟ। ସୂଚନାଯୋଗ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକଙ୍କ ସହିତ ସଂପର୍କ ଥିଲା ବୋଲି ଅଭିଯୋଗ ଆସିଥିଲା । ସେ ଚାଟାଡ ଫ୍ଲାଇଟ୍ରେ ଅଭୟ ପାଠକଙ୍କ ସହିତ ବୁଲିବାକୁ ଯାଇଥିଲେ । ଟାଟା କଂପାନିରେ ନିଯୁକ୍ତି ଦେବା ନେଇ ତାଙ୍କର ସଂପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା । ସେ ବ୍ରହ୍ମପୁର ତଥା ଗଂଜାମର କିଛି ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ନେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଏସବୁ ଘଟଣା ପରେ ବିଜୁ ଜନତା ଦଳ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରିଥିଲା । ବିଭିନ୍ନ ଥାନାରେ ତାଙ୍କର ନାଁରେ ୬ଟି ମାମଲା ଥିଲା । ପରେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା ।
Powered by Froala Editor