ଅକ୍ସିଜେନ ଟ୍ରକରୁ ଗଞ୍ଜେଇ ଜବତ
ଜୟପୁର: ପ୍ରତିଥର ଗଞ୍ଜେଇ ମାଫିଆ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ପଣସ ବୋଝେଇ ଗାଡିରେ ତ ଆଉ କେତେବେଳେ କଖାରୁ ଓ ବାଇଗଡ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ତେବେ ଏଥର ମାଫିଆମାନେ ଆଉ ଏକ ଅଭିନବ ଉପାୟ ଆପଣେଇଛନ୍ତି । ଅକ୍ସିଜେନ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ପର୍ଦ୍ଦାଫାଶ କରିଛି ଜୟପୁର ପୋଲିସ। ଲକଡାଉନରେ ପୋଲିସକୁ ଚକମା ଦେଇ ଗଞ୍ଚେଇ ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ ।
ଅକ୍ସିଜେନ ବୋଝେଇ ଟ୍ରକ ୧୨୭୭ କେଜି ଗଞ୍ଜେଇ ଜବତ ହୋଇଛି । ଟ୍ରକ ଦିଲ୍ଳୀ ଯାଉଥିବା ବେଳେ ଜୟପୁର ସଦର ଥାନା ପୋଲିସ ଧରିବାରେ ସଫଳ ହୋଇଛି । ଏହି ଘଟଣାର ୨ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ କରୁଛି ।
Powered by Froala Editor