ଆଉ ନାହାନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ

ନୂଆଦିଲ୍ଲୀ: ଖବରର ଶିରୋନାମା ପଢିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । କିନ୍ତୁ ଖବରଟି ପୂରା ସତ । ଆଉ ନାହାନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ ମାତ୍ର ୩୨ ବର୍ଷ ବୟସରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ଘଟିଛି । ସର୍ଭିକାଲ କ୍ୟାନସର ପାଇଁ ତାଙ୍କର ଦେହନ୍ତ ହୋଇଛି । ତାଙ୍କର ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦିଆଯାଇଛି । ତେବେ ଅଭିନେତ୍ରୀଙ୍କ ଦେହାନ୍ତ ଖବର ଶୁଣି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିବା ବେଳେ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ନିଜର ବୋଲ୍ଡ ଅନ୍ଦାଜ ଓ ହଟ ଫଟୋସୁଟ ପାଇଁ ପୁନମ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ଅନେକ ଥର ନିଜର ମନ୍ତବ୍ୟ ପାଇଁ ମଧ୍ୟ ବିବାଦ ଘେରକୁ ଆସିଥିଲେ ।ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ ‘ନଶା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
Powered by Froala Editor