ନଦୀରେ ଭାସିଯାଇ ଯୁବକ ନିଖୋଜ
ଯାଜପୁର: ନଦୀରେ ଭାସିଯାଇ ଯୁବକ ନିଖୋଜ । ଯାଜପୁର ସଦର ବ୍ଲକ ଖଇରାବାଦ ଗାଁରେ ଘଟିଛି ଘଟଣା । ଯାଜପୁର ଖଇରାବାଦ ଗାଁ ନିକଟ ବୁଢା ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି ।
ଶନିବାର ସକାଳେ ତପୁ ନାୟକ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ବୁଢା ନଦୀକୁ ଆସିଥିଲେ । ଏହି ସମୟରେ ତାଙ୍କ ଭାଇଙ୍କ ଗୋଡ ଖସି ଯାଇଥିଲା । ଭାଇଙ୍କୁ ବଞ୍ଚାଇବାକୁ ଯାଇ ନିଜେ ନଦୀରେ ଭାସି ଯାଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।
Powered by Froala Editor