ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏସଆଇ ପଦବୀ ପାଇଁ କିନ୍ନରମାନେ କରିପାରିବେ ଆବେଦନ
ଭୁବନେଶ୍ୱର: ଓଡିଶା ପୋଲିସରେ ଯୋଗଦେବେ କିନ୍ନର । ପ୍ରଥମଥର ପାଇଁ ରାଜ୍ୟ ସରକାର ନେଲେ ବଡ ନିଷ୍ପତି । ରାଜ୍ୟ ପୋଲିସ ଏସଆଇ ପଦବୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିଫିକେସନ ପ୍ରକାଶ ପାଇଛି । ଯେଉଁଥିରେ କିନ୍ନର ମାନେ ମଧ୍ୟ ଆବେଦନ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଛି ।
ସୂଚନା ଥାଉ କି 477 ସବଇନିସ୍ପେକ୍ଟର ପଦ ପାଇଁ ଆବେଦନ କରିବାକୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେଉଁଥିରେ କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି।
Powered by Froala Editor