ଓଲଟିଲା ସାର ବୋଝେଇ ଟ୍ରକ୍ , ୬ ଆହତ
ଗଜପତି: ସାର ବୋଝେଇ ଟ୍ରକ୍ ଓଲଟି ୬ ଆହତ । ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ନଦୀସାହି ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ସାର ନେଇ ଡେରାବ ଗାଁ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।
ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତ ମାନେ ହେଲେ ଆର୍ ଉଦୟଗିରି ଥାନା କୁଶପଲ୍ଲୀ ଗ୍ରାମର ଦିଲେଶ୍ବର ପାଇକ, ବିଷ୍ଣୁ ରଇତ, ବେଣୁଧର ପଶୁପତି, ବାସୁଦେବ ପ୍ରଧାନ, ମୋହନା ଥାନା ଡେରାବ ଗ୍ରାମର ଖମ୍ବେଶ୍ବର ପାଇକ ଓ କନ୍ଧଢିଅ ଗ୍ରାମର ସତ୍ୟବାନ ମଣ୍ଡଳ ।
ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଥିବା ସୂଚନା ଦେଇଛନ୍ତି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଉଲ୍ଲାସ ରାଉତ ।
Powered by Froala Editor