ଦିନକରେ 47 ମୁଣ୍ଡ ନେଲା କୋରନା
ଭୁବନେଶ୍ୱର: ସଂକ୍ରମଣ ହାର ଖସୁଥିବାବେଳେ କରୋନା ମୃତ୍ୟୁରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟାରେ ରେକର୍ଡ ୪୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୭ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬ ଓ କଟକରୁ କରୋନା ନେଇଛି ୫ ଜୀବନ
ସେହିପରି ଅନୁଗୋଳ ଓ ବରଗଡ଼ରେ ୪ ଜଣ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ ଜିଲ୍ଲାରେ ଆଉ ୩ ଜଣ ଲେଖାଏ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ୨ ଜଣ ଲେଖାଏ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।
ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି ।
Powered by Froala Editor