ବାରୁଣୀ ସ୍ନାନକୁ ବାରଣ

ଯାଜପୁରସଦର: କାଳ ହୋଇଛି କୋରାନା । କରୋନା ପାଇଁ ସବୁଠି କଟକଣା । ପର୍ବପାର୍ବଣୀ ଠାରୁ ଆରମ୍ଭ କରି ଯାନିଯାତ୍ରା ସବୁ ବନ୍ଦ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବାରଣଈ ସ୍ନାନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଆସନ୍ତାକାଲି ପବିତ୍ର ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। କୌଣସି ଲୋକ ଏଠାକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନା ଅନୁସାରେ ଆସନ୍ତାକାଲି ବାରୁଣୀ ସ୍ନାନ ଯୋଗ ଥିବାରୁ ପବିତ୍ର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ଏହାର ଆଖପାଖ ଘାଟଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ପିଣ୍ଡଦାନ କରିବାକୁ ଆସିବାର ଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। ଫଳରେ ଏହି ସ୍ଥାନକୁ ଆସନ୍ତାକାଲି ପାଇଁ ୧୪୪ ଜାରି କରାଯିବା ସହ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସରକାରଙ୍କ ନିର୍ଦ୍ଦେଶ ଓ ପ୍ରଶାସନିକ କଟକଣା ମାନି କୌଣସି ଶ୍ରଦ୍ଧାଳୁ ସ୍ନାନ ପାଇଁ ନ ଆସିବାକୁ ପ୍ରଶାସନ ଅନୁରୋଧ କରିଛି ଓ ଯିଏ ନିୟମ ଉଲଘଂନ କରିବ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।