ଇସ୍ରୋ ଜାରି କଲା ଭବ୍ୟ ରାମ ମନ୍ଦିରର ସାଟେଲାଇଟ ଚିତ୍ର

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି। ଏହାପୂର୍ବରୁ ଇସ୍ରୋ ଅର୍ଥାତ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ମହାକାଶରୁ ରାମ ମନ୍ଦିରର ଭାବ୍ୟ ଦର୍ଶନ କରାଇଛି। ମହାକାଶରୁ ପ୍ରଥମଥର ଶ୍ରୀରାମ ମନ୍ଦିର ଓ ଅଯୋଧ୍ୟାର ଫଟୋ ଉଠାଯାଇଛି। ଯାହାକୁ ଲୋକେ ବ୍ୟାକୁଳତାର ସହ ଦେଖିବା ସହିତ ନିଜନିଜ ସୋସିଆଲ ମିଡିଆ ଆଇଡିରେ ସେୟାର କରୁଛନ୍ତି।
ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସ୍ବଦେଶୀ ସାଟେଲାଇଟ ବ୍ୟବହାର କରି ଏହି ଚିତ୍ରଗୁଡ଼ିକ ନେଇଛି । ଇଣ୍ଡିଆନ ରିମୋଟ ସେନ୍ସିଂ ସିରିଜ ଉପଗ୍ରହ ମାଧ୍ୟମରେ ନିଆଯାଇଥିବା ଏହି ଚିତ୍ରଗୁଡ଼ିକରେ ୨.୭ ଏକର ଜମି ଉପରେ ବ୍ୟାପିଥିବା ରାମ ଜନ୍ମଭୂମି ସାଇଟ ଦେଖିବାକୁ ମିଳୁଛି। ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ଏହି ଚିତ୍ରଗୁଡ଼ିକ ଗତ ବର୍ଷ ଡିସେମ୍ବର ୧୬ ରେ ନିଆଯାଇଥିଲା, କିନ୍ତୁ ସେହି ଦିନଠାରୁ ଅଯୋଧ୍ୟାରେ ଘନ କୁହୁଡ଼ି ଯୋଗୁ ସ୍ପଷ୍ଟ ଚିତ୍ର ନେବା କଷ୍ଟକର ହୋଇପଡିଥିଲା। ବର୍ତ୍ତମାନ ଏହି ଚିତ୍ରଗୁଡିକ ହାଇଦ୍ରାବାଦର ଭାରତୀୟ ସ୍ପେସ ଏଜେନ୍ସିର ନ୍ୟଶନାଲ ରିମୋଟ ସେନ୍ସିଂ ସେଣ୍ଟର ଦ୍ୱାରା ପ୍ରକ୍ରିୟାକରଣ କରାଯାଇଛି ।
ରାମ ମନ୍ଦିର ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଇସ୍ରୋର ପ୍ରଯୁକ୍ତିବିଦ୍ୟା ମଧ୍ୟ ବ୍ୟବହୃତ ହୋଇଛି।
Powered by Froala Editor