ଭାଇରାଲ ହେଉଥିବା ଫଟୋ ଅସଲି ନୁହେଁ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଚକ୍ଷୁ ଖୋଲା ଯାଇପାରିବନି

ଦିନକ ପରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ତେବେ ଏହା ପୂର୍ବରୁ ଭଗବାନ ରାମଙ୍କ ଫଟୋ ସୋଶାଲ ମିଡଆରେ ଭାଇରାଲ ହେଉଛି। ଏହାକୁ ନେଇ ଏବେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ ରାଗି ଯାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭଗବାନ ରାମଙ୍କ ଫଟୋ ସାର୍ବଜନୀନ ହେବା ଉଚିତ ନୁହେଁ ବୋଲି କହିଛନ୍ତି ମନ୍ଦିର ମୁଖ୍ୟ ପୂଜକ ପଣ୍ଡିତ ସତ୍ୟେନ୍ଦ୍ର ଦାସ।
ସେ କହିଛନ୍ତି, ରାମ ଲଲ୍ଲାଙ୍କ ଚକ୍ଷୁ ଉନ୍ମୁକ୍ତ ଥିବା ବିଗ୍ରହ ଅସଲି ବିଗ୍ରହ ନୁହନ୍ତି। ଯଦି ପ୍ରାଣ ପ୍ରତିଷ୍ଠା ଆଗରୁ ବିଗ୍ରହଙ୍କର ଚକ୍ଷୁ ଉନ୍ମୁକ୍ତ କରାଯାଇଥାଏ, କିଏ ଚକ୍ଷୁ ଉନ୍ମୁକ୍ତ (ଆଖି ଖୋଲିଲା) କଲା ଏବଂ ବିଗ୍ରହଙ୍କର ଫଟୋ ସବୁ କେମିତି ଭାଇରାଲ୍ ହେଲା ସେ ଘଟଣାର ତଦନ୍ତ କରାଯିବ।
ସେ ପୁଣି କହିଛନ୍ତି, ବିଗ୍ରହଙ୍କର ସର୍ବାଙ୍ଗ ମଧ୍ୟ ଆବୃତ ହୋଇ ରହିଥିଲା। ଚକ୍ଷୁ ଉନ୍ମୁକ୍ତ କରାଯିବା ଛଡ଼ା ବିଗ୍ରହଙ୍କର ବାକି ସବୁ କାମ ଶାସ୍ତ୍ରମତେ ଅନୁଷ୍ଠିତ ହୋଇଛି। ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମାଙ୍କ ମୁଖରୁ ପଟ୍ଟି ଉଠାଯାଏ ନାହିଁ। ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟ୍ଟି ରହିଛି। ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍, ଶ୍ରୀରାମଲଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ ସତୈନ୍ଦ୍ର ଦାସ।
Powered by Froala Editor