ଫ୍ରିଫାୟାରର ପାସଓ୍ୱାର୍ଡ ନଦେବାରୁ ସାଙ୍ଗକୁ ପୋଡିଦେଲେ ୪ ସାଙ୍ଗ

ଅନଲାଇନ ଗେମ୍ ପାସୱାର୍ଡ ପାଇଁ ୪ ସାଙ୍ଗ ସାଜିଲେ ସଇତାନ । ସାଙ୍ଗକୁ ପୋଡି ମାରିଦେଲେ । ପଶ୍ଚିମବଙ୍ଗର ମୁର୍ସିଦାଦ ଜିଲ୍ଲାରେ ଘଟିଛି ଏପରି ଘଟଣା । ମୃତକ ନାବଳକ ଜଣକ ହେଲେ ପାପାଇ ଦାସ । କିଛି ଦିନ ଧରି ସେ ନିଖୋଜ ଥିବା ବେଳେ ଜାନୁଆରୀ ୧୫ ତାରିଖ ଦିନ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ ।
ନାବାଳକଙ୍କ ମା ପୂର୍ଣ୍ଣିମା ଦାସଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡରେ ସଂପୃକ୍ତ ୪ ନାବାଳକକୁ ଗିରଫ କରିଛି ପୁଲିସ । ଅନଲାଇନ୍ ଗେମ୍ ଫ୍ରିଫାୟାରର ପାସଓ୍ୱାର୍ଡ ନଦେବାରୁ ନାବାଳକକୁ ୪ ସାଙ୍ଗ ମିଶି ମାରିଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ତାକୁ ପୋଡି ଶରୀରକୁ ଜଙ୍ଗଲରେ ଫିଙ୍ଗିଦେଇଥିବା ଜଣାପଡିଛି । ତେବେ ନାବାଳକଙ୍କ ଏପରି କାଣ୍ଡକୁ ନେଇ ପୁଲିସ ଜେରା ଚଳାଇଛି । ଅନ୍ୟପଟେ ୪ ସାଙ୍ଗଙ୍କ ଅଭିଭାବକ ଏହାକୁ ଅସ୍ୱୀକାର କରିଛନ୍ତି ।
Powered by Froala Editor