୨୨ ଜାନୁଆରୀରେ ମୁଁ ନିଶ୍ଚୟ ଅଯୋଧ୍ୟା ଯିବି: ହରଭଜନ ସିଂହ

ନୂଆଦିଲ୍ଲୀ: 'କିଏ ଯାଉ କି ନ ଯାଉ, ମୁଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିଶ୍ଚୟ ଯିବି' କହିଛନ୍ତି ପୂର୍ବତନ କ୍ରିକେଟର ତଥା ଆପ୍ ସାଂସଦ ହରଭଜନ ସିଂହ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ବିରୋଧୀ ଦଳ ନେତାମାନେ ଏକାଠି ହୋଇଥିବା ବେଳେ ଆପ୍ ସାଂସଦ ହରଭଜନ ସିଂହ କିନ୍ତୁ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ସେ କହିଛନ୍ତି, "କାହାର ଯିବା ନ ଯିବାରେ ମୋର କୌଣସି ଫରକ ପଡୁନି ୨୨ ଜାନୁଆରୀରେ ମୁଁ ନିଶ୍ଚୟ ଅଯୋଧ୍ୟା ଯିବି।"
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହରଭଜନ ସିଂହ ଆହୁରି କହିଛନ୍ତି, "ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିଏ ଯିବାକୁ ଚାହୁଁଛି କିମ୍ବା ନଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; କଂଗ୍ରେସ ଯିବାକୁ ଚାହୁଁଛି କି ନାହିଁ କିମ୍ବା ଅନ୍ୟ ଦଳର ନେତାମାନେ ଯାଆନ୍ତୁ କି ନ ଯାଆନ୍ତୁ, ମୁଁ ନିଶ୍ଚିତ ଯିବି। ଭଗବାନଙ୍କ ଉପରେ ବିଶ୍ୱାସ କରୁଥିବା ଜଣେ ବ୍ୟକ୍ତି ଭାବରେ ଏହା ମୋର ବ୍ୟକ୍ତିଗତ ବିଚାର। ଯଦି ମୋର ରାମ ମାନ୍ଦିର ଯିବାକୁ ନେଇ କାହାର କିଛି ଅସୁବିଧା ଥାଏ, ତେବେ ସେମାନଙ୍କର ଯାହା ଇଚ୍ଛା ତାହା କରିପାରିବେ ବୋଲି ଆପ୍ ସାଂସଦ ହରଭଜନ ସିଂହ କହିଛନ୍ତି।" ସେ ଆହୁରି କହିଛନ୍ତି ଯେ, ଆମର ପରମ ସୌଭାଗ୍ୟ ଯେ ଏପରି ଏକ ସମୟରେ ରାମ ମନ୍ଦିର ନିର୍ମାଣ କରାଯାଉଛି, ତେଣୁ ଆମେ ସମସ୍ତେ ମନ୍ଦିର ଯାଇ ଭଗବାନଙ୍କଠାରୁ ଆଶିର୍ବାଦ ଆଣିବା ଉଚିତ୍। ମୁଁ ନିଶ୍ଚିତ ରୂପେ ରାମ ମନ୍ଦିର ଉଦଘାଟନୀ ଉତ୍ସବରେ ପ୍ରଭୁଙ୍କର ଆଶିର୍ବାଦ ପାଇବାକୁ ଯାଉଛି।
Powered by Froala Editor