କେନ୍ଦ୍ର ସରକାର ଆଣିଲେ ଗାଇଡଲାଇନ : ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା

କୋଚିଂ ସେଣ୍ଟର ଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆଣିଛନ୍ତି କେନ୍ଦ୍ର ସରକାର। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ବର୍ତ୍ତମାନ ପଞ୍ଜୀକୃତ ହେବା ଆବଶ୍ୟକ। ସେହିପରି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ କିମ୍ବା ଅତିରିକ୍ତ ଫି ଆଦାୟ କରିପାରିବେ ନାହିଁ ।
କେବଳ ମାଧ୍ୟମିକ ସ୍କୁଲଶିକ୍ଷା ସମାପ୍ତ କରିଥିବା ପିଲାମାନଙ୍କୁ କୋଚିଂ ସେଣ୍ଟରରେ ଭର୍ତ୍ତି କରାଯାଇପାରିବ। ସେହିପରି କୌଣସି କୋଚିଂ ସେଣ୍ଟର ସ୍ନାତକ ଡିଗ୍ରୀରୁ କମ୍ ଶିକ୍ଷାପ୍ରାପ୍ତ କାହାକୁ ଶିକ୍ଷକ ଭାବେ ନିଯୁକ୍ତ କରିପାରିବେ ନାହିଁ।
ମଙ୍ଗଳବାର ପ୍ରସ୍ତୁତ ହୋଇଥିବା କୋଚିଂ ସେଣ୍ଟର ୨୦୨୪ ରେଜିଷ୍ଟ୍ରେସନ ଏବଂ ରେଗୁଲେସନ ପାଇଁ ନିର୍ଦ୍ଦେଶାବଳୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ହାତଗଣତି କେତେକ ରାଜ୍ୟରେ କୋଚିଂ ପ୍ରତିଷ୍ଠାନଗୁଡିକୁ ନିୟନ୍ତ୍ରଣ କରୁଥିବା ଆଇନ ଥିବାବେଳେ ଜାତୀୟ ସ୍ତରରେ ଅନିୟମିତ ବେସରକାରୀ କୋଚିଂ ସେଣ୍ଟରଗୁଡ଼ିକର ବୃଦ୍ଧି ହେତୁ ଅଧିକ ଫି ଆଦାୟ କରାଯାଉଥିବା ଏବଂ ଛାତ୍ରଙ୍କ ଉପରେ ଅଯଥା ଚାପ ସୃଷ୍ଟି ହେବା ନେଇ ଏକ ଚିନ୍ତା ପ୍ରକାଶ ପାଇଥିଲା। ତେଣୁ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଏହି ନିର୍ଦ୍ଦେଶାବଳି ଜାରି କରିଛନ୍ତି।
Powered by Froala Editor