ହ୍ରଦରେ ଡଙ୍ଗା ଓଲଟି ଶିକ୍ଷକଙ୍କ ସମେତ ୧୨ ଛାତ୍ରଛାତ୍ରୀ ମୃତ

ଗୁଜରାଟର ଭଦୋଦରାରେ ଏକ ବଡ ଦୁର୍ଘଟଣା ହୋଇଛି। ଛାତ୍ରମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହର୍ନି ହ୍ରଦରେ ଓଲଟି ଯାଇଥିବା ସୂଚନା ମିଳିଛି। ଏହା ଯୋଗୁଁ ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ହ୍ରଦର ରକ୍ଷଣାବେକ୍ଷଣ ଏକ ଘରୋଇ କମ୍ପାନି ହାତରେ ରହିଛି। ସମସ୍ତ ଛାତ୍ରଛାତ୍ରୀ ଭଦୋଦରାର ଏକ ସ୍କୁଲରୁ ଆସିଥିଲେ। ଏଥିରେ ୨୩ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ଥିଲେ। ଗୁରୁତର ଆହତ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୧୦ରୁ ଅଧିକ ଆମ୍ବୁଲାନ୍ସ ପହଞ୍ଚିଛି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ।
Powered by Froala Editor