ସ୍ତ୍ରୀକୁ ହାଣି ନିଖୋଜ ମାମଲା ରୁଜୁ କରିଥିଲା ସ୍ୱାମୀ

କୋଲକାତା ଉତ୍ତର ୨୪ ପରଗଣା ଜିଲ୍ଲା ମଧ୍ୟମ ଥାନା ଯୋଜରା ଗାଁରେ ସ୍ତ୍ରୀକୁ ହତ୍ୟା କରିବା ପରେ ୬ ଖଣ୍ଡ କରି ହାଣି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲା ସ୍ବାମୀ । ଏଭଳି ଭାବେ ହତ୍ୟାକରି ଚାଲାକି କରୁଥିଲା ସ୍ୱାମୀ । ସ୍ତ୍ରୀର ନିଖୋଜ ମାମଲା ରୁଜୁ କରିଥିଲା । କିଛି ଜାଣିନି ବୋଲି ଅଭିନୟ କରୁଥିଲା । ହେଲେ ପୁଲିସ ତଦନ୍ତ ଆଗରେ ସବୁ ଚାଲାକି ବାହାରି ପଡିଛି । ଶେଷରେ ହତ୍ୟାକାରୀ ଧରାପଡିଛି ।
ସ୍ବାମୀ ନୁରଉଦ୍ଦିନ ମଣ୍ଡଳ ସ୍ତ୍ରୀ ସାୟରା ବାନୁ ନିଖୋଜ ଅଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲା । ସ୍ବାମୀର ଅଭିଯୋଗ ପରେ ପୁଲିସ ଖୋଜାଖୋଜି କରିବା ପରେ ମଧ୍ୟ ସାୟରା ବାନୁର ପତ୍ତା ମିଳିନଥିଲା । ତେବେ ପୁଲିସ ଉଦ୍ଦିନ ମଣ୍ଡଳକୁ ଡାକି ପତ୍ନୀ ବିଷୟରେ ପଚାରିବାରୁ ସେ ସବୁବେଳେ ମିଛ କହି ଆସୁଥିଲା । କିନ୍ତୁ ହଠାତ୍ ନୁରଉଦ୍ଦିନ ପୁଲିସ ଆଗରେ ସବୁ ସତକଥା ମାନିଥିଲା ।
କହିଥିଲା ଘରେ ଥିବା ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ଛଅ ଖଣ୍ଡ କରିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ବ୍ୟାଗରେ ଭର୍ତ୍ତି କରି ଏକ କେନାଲରେ ଫିଙ୍ଗି ଦେଇଥିଲା । ସନ୍ଦେହ ନହେବା ପାଇଁ ମିଛ ଏତଲା ଦାୟର କରିଥିଲା ।
Powered by Froala Editor