ଫ୍ରୁଟି ନେଇ ଆଇଫୋନ ଫେରାଇଲା ମାଙ୍କଡ଼

ପର୍ଯ୍ୟଟନ ଯାଉଥିଲେ ମାଙ୍କଡପଲଙ୍କୁ ସବଧାନ! କେତେବେଳେ ବି ହାତରୁ କିଛି ଛଡାଇ ନେଇଯିବେ । ନିକଟରୁ ଘଟିଥିବା ଏକ ଘଟଣାରୁ ଜଣାପଡେ କି, ମାଙ୍କଡ ଏକ ଆଇଫୋନ୍ ଛଡାଇ ନେଉଛି । ପୁଣି ଫ୍ରୁଟି ଦେବା ପରେ ଫେରାଇ ଦେଉଛି । ଏ ଘଟଣା ମଜାଦାର ହେଲେ ବି ଭାଇରାଲ ହେଉଛି । ଉତ୍ତର ପ୍ରଦେଶର ବୃନ୍ଦାବନରେ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଏହା ଜାନୁଆରୀ 6ର ଦୃଶ୍ୟ ବୋଲି କୁହାଯାଉଛି। ବୃନ୍ଦାବନରେ ଥିବା ଶ୍ରୀ ରଙ୍ଗାନାଥ ସ୍ୱାମୀ ମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଯୁବକଙ୍କ ଆଇଫୋନ୍ ଛଡାଇ ନେଇଥିଲା ମାଙ୍କଡ଼।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ମାଙ୍କଡ଼ଟି ଜଣେ ଯୁବକଙ୍କ ଆଇଫୋନକୁ ଛଡାଇ ନେଇ ପାଚେରୀ ଉପରକୁ ପଳାଉଛି। ପାଚେରୀ ଉପରେ ଆଉ ଦୁଇ ମାଙ୍କଡ଼ ଏକାଠି ହୋଇ ବସି ରହୁଛନ୍ତି। ଏହି ସମୟରେ ଲୋକଙ୍କ ଗହଳି ହୋଇଯାଇଥିଲା। ଯୁବକ ଜଣକ ଅତି ଚତୁରତାର ସହ ଏକ ଫ୍ରୁଟି ପ୍ୟାକେଟକୁ ମାଙ୍କଡ଼ ନିକଟକୁ ଛାଟିଥିଲେ।
ମାଙ୍କଡ଼ଟି ଫ୍ରୁଟିକୁ ଧରିନେବା ସହ ଆଇଫୋନକୁ ତଳକୁ ପକାଇ ଦେଇଥିଲା। ଫଳରେ ତଳେ ଥିବା ଲୋକେ ଆଇଫୋନକୁ ଧରି ନେଇଥିଲେ। କୌତୁହଳପୂର୍ଣ୍ଣ ଏହି ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।
Powered by Froala Editor