ମହୁଆଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ବଙ୍ଗଳା ଖାଲି କରିବାକୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ମହୁଆ ଏହାକୁ ଖାତିର କରି ନ ଥଲେ। ଏହାପରେ ଗତକାଲି ପୁଣି ଥରେ ତାଙ୍କୁ ନୋଟିସ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।ମହୁଆ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା। ମାତ୍ର ସାଂସଦ ପଦ ଚାଲିଯିବା ପରେ ତାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ବର୍ଷ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ନିଷ୍କାସିତ କରାଯାଇଥିଲା। ଏହାପରେ ତାଙ୍କୁ ଆବଣ୍ଟିତ କରାଯାଇଥିବା ବଙ୍ଗଳା ଜାନୁଆରୀ ୭ ତାରିଖ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହାପରେ ମହୁଆ ବଙ୍ଗଳା ଖାଲି କରି ନ ଥିଲେ।
ଏହାପରେ ଗତକାଲି ତାଙ୍କୁ ଆଉ ଏକ ନୋଟିସ୍ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି। ଏଥିସହ ମହୁଆ ବଙ୍ଗଳା ଖାଲି କଲେ କି ନାହିଁ ତାହା ଦେଖିବାକୁ ପାର୍ଲାମେଣ୍ଟର ଏକ କମିଟିକୁ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି।
Powered by Froala Editor