ଜୁବିନଙ୍କ ଜଗନ୍ନାଥ ଭଜନକୁ ଖୁବ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଏକ୍ସରେ କଲେ ସେୟାର
ଭୁବନେଶ୍ବର: ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ହେବ ଏହି ଅବସରରେ ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଓଡ଼ିଆ ଭଜନ ‘ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥ ଗାମୀ, ଭବ ତୁମେ’ ଗାଇଛନ୍ତି । ଯାହା ବର୍ତ୍ତମାନ ରିଲିଜ ହୋଇଥିବା ବେଳେ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ କରୁଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାୟକଙ୍କ ଏହି ଗୀତକୁ ସେୟାର କରିବା ସହ ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ ଜୁବିନଙ୍କ ଏହି ଗୀତକୁ ସେୟାର କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏତେ ସୁନ୍ଦର ଭଜନ ଗାଇଥିବାରୁ ସିଏମ ଜୁବିନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ଗୀତକୁ ସେୟାର କରି ସିଏମ୍ ଲେଖିଛନ୍ତି, ଭାବ ଓ ଭକ୍ତିରେ ପୂରି ଉଠୁଛି ସାରା ଶ୍ରୀକ୍ଷେତ୍ର । ଏସବୁ ସମ୍ଭବ ହେଉଛି ତାଙ୍କରି ଇଚ୍ଛାରେ । ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲଙ୍କ କଣ୍ଠରେ ଭକ୍ତିର ଏ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡୁଛି । ତେବେ ଏହି ଗୀତକୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଦେଖିସାରିଥିବା ବେଳେ ସୋସିଆଲ ମିଡିଆରେ ଏହି ଗୀତ ଶ୍ରୀମନ୍ଦିର ଖୁସି..., ଓଡ଼ିଶା ଖୁସି..., ନାଁରେ ଭଜନ ଟ୍ରେଣ୍ଡ କରୁଛି । ଏଥିସହ ସମସ୍ତେ ଗାୟକଙ୍କ ଭଜନକୁ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଛନ୍ତି ।
ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ଏହି ଗୀତ ମାଧ୍ୟମରେ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି ।
Powered by Froala Editor