କୁନୋ ନ୍ୟାସନାଲ ପାର୍କରେ ଆଖିବୁଜିଲା ସୌର୍ଯ୍ୟ
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ପୁଣି ଏକ ଖରାପ ଖବର ଆସିଛି । ବିଦେଶରୁ ଅଣାଯାଇଥିବା ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମଙ୍ଗଳବାର ଚିତା ସୌର୍ଯ୍ୟର ମୃତ୍ୟୁ ହୋଇଛି। ଏହି ଚିତାକୁ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଅଣାଯାଇଥିଲା। ଏହାକୁ ମିଶାଇ କୁନୋ ନ୍ୟାସନାଲ ପାର୍କରେ ବର୍ତ୍ତମାନ ସୁଦ୍ଧା ୧୦ଟି ଚିତାର ମୃତ୍ୟୁ ହୋଇସାରିଲାଣି।
ଲାୟନ ପ୍ରୋଜେକ୍ଟର ନିର୍ଦ୍ଦେଶକଙ୍କ କହିବା ମୁତାବକ, ଆଜି ପ୍ରାୟ ୩ଟା ୧୭ମି.ରେ ଚିତା ସୌର୍ଯ୍ୟର ମୃତ୍ୟୁ ହୋଇଛି।ଚିତାମାନଙ୍କୁ ମନିଟରିଂ କରୁଥିବା ଟିମ୍ ସକାଳ ୧୧ଟା ବେଳେ ସୌର୍ଯ୍ୟକୁ ଜଙ୍ଗଲରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଏକ ଡାକ୍ତରୀ ଟିମ୍କୁ ସେଠାକୁ ପଠାଯାଇଥିଲା। ତୁରନ୍ତି ତା'ର ଚିକିତ୍ସା ଆରମ୍ଭ ହୋଇଥିଲା। ସିପିଆର୍ ଦେବା ପରେ ସେ ସାମାନ୍ୟ ସୁସ୍ଥ ଥିଲା। କିନ୍ତୁ ପରେ ତା'ର ଦେହାନ୍ତ ହୋଇଥିଲା। ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ। ବର୍ତ୍ତମାନ ସୁଦ୍ଧା କୁନୋରେ ୭ଟି ଚିତା ଓ ୩ଟି ଛୁଆଙ୍କ ସମେତ ୧୦ଟି ଚିତା ପ୍ରାଣ ହରାଇଛନ୍ତି।
Powered by Froala Editor