ଦାମୀ ପୋଷାକ ଚୋରି କଲେ ସାଂସଦ, ବିରୋଧ ପରେ ଇସ୍ତଫା ଦେଲେ

ନ୍ୟୁଜିଲ୍ୟାଣ୍ଡର ଜଣେ ସାଂସଦ ଦୋକାନରୁ ପୋଷାକ ଚୋରି କରିଥିବା ଅଭିଯୋଗ ହୋଇଛି। ଏହାର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି। ଏହି ଅଭିଯୋଗ ପରେ ମଙ୍ଗଳବାର ସାଂସଦ ଗୋଲରିଜ ଘରମାନ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।
ଏମ୍ପିଜଣଙ୍କ ହେଲେ ଗୋଲରିଜ ଘରମାନ। ସେ ସେଣ୍ଟର-ଲେଫ୍ଟ ଗ୍ରୀନ ପାର୍ଟୀର ହୋଇଥିବା ବେଳେ ନ୍ୟାୟିକ ମୁଖପାତ୍ର ଅଛନ୍ତି। ଏକ ଦୋକାନରୁ ଦାମୀ ଡ୍ରେସ୍ ଚୋରି କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏନେଇ ସେ ଅନୁସନ୍ଧାନ ଘେରକୁ ଆସିବା ପରେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏହି ଅଭିଯୋଗ ଗମ୍ଭୀର, ସେ ଏଥିଲାଗି ଦୁଃଖିତ, ଚାପଗ୍ରସ୍ତ ହୋଇ ସେ ଇସ୍ତଫା ଦେଉଥିବା କହିଛନ୍ତି।
ଘରମାନ କହିଛନ୍ତି, ‘ମୋ ବିରୋଧରେ ଚୋରି କରିବା ଅଭିଯୋଗ ଆସିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ। ଚୋରି କରିବା ମୋର ଚରିତ୍ରର ବିରୋଧୀ। ମୁଁ କରିଥିବା କାମର ବାହାନ କରୁନାହିଁ। ମୁଁ ଏହାକୁ ବୁଝିବାକୁ ଚାହୁଁଛି। କାରଣ ଏହାର ମୋ ଅଭ୍ୟାସ ତେଣୁ ମୁଁ ଏପରି କରିବାକୁ ବାଧ୍ୟ ହେଉଛି। ତେବେ ଏଭଳି ଅଭିଯୋଗ ପରେ ମୁଁ ଚାପଗ୍ରସ୍ତ ହୋଇପଡ଼ିଛି। ମୋତେ ମାନସିକ ଶାନ୍ତି ଆବଶ୍ୟକ ତେଣୁ ମୁଁ ମୋ ପଦରୁ ଇସ୍ତଫା ଦେଇଛି।’
Powered by Froala Editor