ବଡ଼ ଭଉଣୀଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ଅମିତ ଶାହା
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ରାଜେଶ୍ୱରୀ ବେନ ଶାହାଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ ସଙ୍ଗେସଙ୍ଗେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଗସ୍ତକୁ ବାତିଲ କରି ଭଉଣୀ ପାଖକୁ ଦୌଡ଼ି ଆସିଛନ୍ତି।
କିଛି ମାସ ତଳେ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। ପରେ ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ବିଜେପି କାର୍ଯ୍ୟାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଶାହା ବିଜେପି କର୍ମକର୍ତ୍ତାଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଳନ ପାଇଁ ଗତ ରବିବାର ଅହମ୍ମଦାବାଦରେ ଥିଲେ। ସୋମବାର ସେ ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇଥାଆନ୍ତେ। କିନ୍ତୁ ବଡ଼ଭଉଣୀ ମୃତ୍ୟୁଖବର ପାଇ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।
Powered by Froala Editor