ପତ୍ନୀଙ୍କ ସହ ସୁନ୍ଦରକାଣ୍ଡ ପାଠ କରିବେ କେଜ୍ରିଓ୍ବାଲ
ଅଯୋଧ୍ୟାର ରାମ ମନ୍ଦିରରେ ଭାଗବାନ ରାମଲଲ୍ଲାଙ୍କ ବିଗ୍ରହ ପ୍ରତିଷ୍ଠା ତାରିଖ ଯେତିକି ପାଖେଇ ଆସୁଛି ବିରୋଧୀ ଦଳମାନଙ୍କ ଧର୍ମସଂକଟ ସେତିକି ବଢିଚାଲିଛି । କଂଗ୍ରେସ ନେତାମାନେ ସୋମବାର ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଦଳ ଆମ ଆଦମି ପାର୍ଟି ମଧ୍ୟ ସୁନ୍ଦର କାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କରିଛି ।
ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏଏପି ଏହି ଘୋଷଣା କରିଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି , ସେ ତାଙ୍କ ପତ୍ନୀଙ୍କ ସହ ମଙ୍ଗଳବାର (ଜାନୁଆରୀ ୧୬) ରୋହିଣୀ ମନ୍ଦିରରେ ସୁନ୍ଦରକାଣ୍ଡ ପାଠ କରିବେ।
କେଜ୍ରିଓ୍ବାଲ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସମସ୍ତଙ୍କର ସୁଖ, ଶାନ୍ତି ପାଇଁ ମଙ୍ଗଳବାର ଆମ ଆଦମୀ ପାର୍ଟି ଦିଲ୍ଲୀରେ ଅନେକ ସ୍ଥାନରେ ସୁନ୍ଦରକାଣ୍ଡ ପାଠ କରିବ। ମୁଁ ମୋ ଧର୍ମପତ୍ନୀଙ୍କ ସହ ଅପରାହ୍ନ ୩ ଟାରେ ରୋହିଣୀ ମନ୍ଦିରରେ ସମସ୍ତ ଭକ୍ତଙ୍କ ସହିତ ସୁନ୍ଦରକାଣ୍ଡ ପାଠ କରିବି। ଆପଣ ସମସ୍ତଙ୍କ ନିଜ ସୁବିଧା ଅନୁଯାୟୀ ଆପଣଙ୍କ ନିଜ ଘର ନିକଟରେ ହେବାକୁ ଥିବା ପାଠରେ ନିମନ୍ତ୍ରଣ ରହିଲା। ଏହାପୂର୍ବରୁ ଏଏପି ନେତା ସୌରଭ ଭରଦ୍ୱାଜ ସୋମବାର କହିଛନ୍ତି , ତାଙ୍କ ଦଳ ମଙ୍ଗଳବାର ଦିଲ୍ଲୀର ସମସ୍ତ ୭୦ ବିଧାନସଭା ନିର୍ବାଚନମଣ୍ଡଳୀରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କରିବ।
Powered by Froala Editor