ଦିବ୍ୟାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ମରାଯାଇଥିଲା ଗୁଳି

ପୂର୍ବତନ ମଡେଲ୍ ଦିବ୍ୟା ପାହୁଜାଙ୍କୁ ଖୁବ୍ ନିକଟରୁ ଗୁଳି ମରାଯାଇଥିଲା ଓ ତାଙ୍କ ମୁଣ୍ଡରୁ ଗୁଳି ବାହାର କରାଯାଇଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି।
ହରିୟାଣାର ହିସାର ସ୍ଥିତ ‘ଅଗ୍ରୋହା ମେଡିକାଲ୍ କଲେଜ୍’ର ‘ଡକ୍ଟର୍ ମୋହନ ସିଂହଙ୍କ ନିର୍ଦ୍ଦେଶକ୍ରମେ ୨ଜଣ ମହିଳା ଡାକ୍ତରଙ୍କ ସମେତ ୪ଜଣ ଡାକ୍ତର ଦିବ୍ୟାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଏତିକି ବେଳେ ଡାକ୍ତରମାନେ ତାଙ୍କ ମୁଣ୍ଡରେ ଏକ ଗୁଳି ଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ପରେ ବ୍ୟବଚ୍ଛେଦ କରାଯାଇଥିବା ଶବକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଶେଷକୃତ୍ୟ କରିବା ଲାଗି ସେମାନେ ଦିବ୍ୟାଙ୍କ ଶବକୁ ଗୁରୁଗ୍ରାମ ନେଇ ଯାଇଛନ୍ତି।
ସୂଚନା ମୁତାବକ, ଜାନୁଆରି ୨ ତାରିଖ ଦିନ ୨୭ ବର୍ଷୀୟ ପୂର୍ବତନ ମଡେଲ୍ ଦିବ୍ୟାଙ୍କୁ ଗୁରୁଗ୍ରାମରେ ‘ସିଟି ପଏଣ୍ଟ୍ ହୋଟେଲ୍’ର ୫୬ ବର୍ଷିୟ ମାଲିକ ଅଭିଜିତ ସିଂହ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ହତ୍ୟା ଘଟଣାର ୧୧ ଦିନ ପରେ ଶନିବାର ଦିନ ହରିୟାଣାର ଫତେବାଦ ଜିଲ୍ଲାରେ ପ୍ରବାହିତ ତୋହାନା କେନାଲରୁ ଦିବ୍ୟାଙ୍କ ଶବ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ହସ୍ପିଟାଲକୁ ପଠାଇଥିଲା।
Powered by Froala Editor