ପିଏମ ଜନମନ ଯୋଜନା: ୧ଲକ୍ଷ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତିରେ ୫୪୦ କୋଟି ଟଙ୍କା ଜାରି
ନୂଆଦିଲ୍ଲୀ: ଜନମନ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ପିଏମ ଜନମନ ଯୋଜନା ଅଧିନରେ ୧ଲକ୍ଷ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ଭାବେ ୫୪୦ କୋଟି ଟଙ୍କା ଜାରି କରିଛନ୍ତି । ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ଜାରି କରିବା ସହିତ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, "ପ୍ରତ୍ୟେକ ହିତାଧିକାରୀ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ତାହା ଆମ ସରକାରର ମୁଖ୍ୟ ପ୍ରୟାସ ଅଟେ । ଆପଣ ଜାଣିଛନ୍ତି ଯେ, ଏହା ମୋଦିଙ୍କର ଗ୍ୟାରେଣ୍ଟି ଅଟେ । "
ମୋଦି କହିଛନ୍ତି"ପ୍ରତ୍ୟେକ ହିତାଧିକାରୀ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ, ତାହା ଆମ ସରକାରର ମୁଖ୍ୟ ପ୍ରୟାସ । ଏହା ପିଏମ ଜନମନର ମୁଖ୍ୟ ଲକ୍ଷ୍ୟ । ଗତ ୨ ମାସ ତଳେ ଘୋଷଣା କରାଯାଇଥିଲା, ଆଜି ତାହା ସମ୍ଭବ କରାଗଲା । ସମସ୍ତ ଆଦିବାସୀ ସମୂହ ଏବଂ ଜନଜାତିର ସୁବିଧା ପାଇଁ ଆମ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି । ଜିଲ୍ଲା ଏବଂ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ମୁଁ ବଧାଇ ଦେଉଛି । ସେମାନଙ୍କର ସହଯୋଗରେ ଆଜି ଗରିବଙ୍କ ଘରେ ଦୀପାବଳି ପାଳନର ସମ୍ଭାବନା ସୃଷ୍ଟି ହୋଇଛି । "
ପ୍ରକାଶ ଥାଉକି, ୨୦୨୩ ମସିହା ନଭେମ୍ବର ମାସ ୧୫ ତାରିଖ(ଜନଜାତି ଗୌରବ ଦିବସ)ରେ ପିଏମ ଜନମନ୍ ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି। ଏହି ଯୋଜନା ଅଧିନରେ ସରକାର ଆଦିବାସୀ ସମୂହ ଏବଂ ଆଦିମ ଜନଜାତିଙ୍କ ନିକଟରେ ପହଞ୍ଚିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ଜନଜାତି ସମୂହକୁ ୪.୯ ଲକ୍ଷ ପକ୍କାଘର ଯୋଗାଇ ଦିଆଯିବ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତି ଘର ପାଇଁ ହିତାଧିକାରୀଙ୍କୁ ମିଳିବ ୨.୩୯ ଲକ୍ଷ ।
Powered by Froala Editor