୧୪.୫୮ କୋଟି ଜରିମାନା ଦେଲେଣି ଅମାନିଆ
ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଗତ ଦୁଇ ମାସ ଭିତରେ ୪ ଲକ୍ଷ ୭୬ ହଜାର ଜଣ ଧରାପଡ଼ିଛନ୍ତି । ସେମାନଙ୍କଠାରୁ ୧୪ କୋଟି ୫୮ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ସେହିପରି ସାଢେ଼ ୩ ହଜାର ଦୋକାନ, ସଂସ୍ଥାକୁ ସିଲ କରାଯାଇଛି । ସାରା ରାଜ୍ୟରେ ୨୭୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୩୨ ଜଣଙ୍କୁ ଗିରଫ କରିଛି ପୁଲିସ । ୨୯ ହଜାର ଗାଡ଼ି ମଧ୍ୟ ଜବତ କରାଯାଇଛି । ୩୭୯୭ ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୮୫ ହଜାର ଲିଟର ମଦ ଜବତ କରାଯାଇଥିବା ନେଇ ଆଇନଶୃଙ୍ଖଳା ଏତିକି ଯଶୱନ୍ତ ଜେଠୱା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗକୁ ରଜ ପର୍ବ ଥିବା ବେଳେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
Powered by Froala Editor