ପ୍ରେମ ପାଇଁ ୨୫୦୦ କୋଟି ସମ୍ପତ୍ତି ତୁଚ୍ଛ କରିଦେଇଥିଲେ ଏହି ଝିଅ
ମାଲେସିଆର କୋଟିପତି ଘରର ଝିଅ । କିନ୍ତୁ ପ୍ରେମ ପାଇଁ ତୁଚ୍ଛ କରିଦେଲେ ସବୁକିଛି । ୨୫୦୦ କୋଟିର ସମ୍ପତ୍ତିକୁ ପାଦରେ ଆଡେଇ ଦେଇ ପ୍ରେମିକଙ୍କ ସହ ରହିବାକୁ ସ୍ଥିର କଲେ । ସେ ହେଉଛନ୍ତି ଏଞ୍ଜେଲିନ୍ ଫ୍ରାନ୍ସିସ୍ । ମେଲାସିଆରେ ତାଙ୍କ ବାପା ଖୁ କେ ପେଙ୍ଗ୍ଙ୍କ ୩୦୦ ମିଲିୟନ ସମ୍ପତ୍ତି ରହିଥିଲା । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୨୫୦୦ କୋଟି ଟଙ୍କାର ସମ୍ପତ୍ତି । କିନ୍ତୁ ଏସବୁକୁ ସେ ପଛରେ ଛାଡି ସାଧାରଣ ଜୀବନ ବିତାଇବାକୁ ବାଛିଛନ୍ତି ।
ଖୁ କେ ପେଙ୍ଗ୍ ଓ ପୂର୍ବତନ ମିସ୍ ମାଲେସିଆ ପାଲୀନ ଚାଈଙ୍କ ଝିଅ ହେଉଛନ୍ତି ଏଞ୍ଜେଲିନ୍ ଫ୍ରାନ୍ସିସ୍ । ଏଞ୍ଜେଲିନ୍ ଫ୍ରାନ୍ସିସ୍ଙ୍କ ବାପା, କୋରସ ହୋଟେଲ୍ସର ନିର୍ଦ୍ଦେଶକ । ମାଲେସିଆରେ ବିତ୍ତଶାଳୀ ତାଲିକାରେ ୪୪ତମ ସ୍ଥାନରେ ରହିଛନ୍ତି ଖୁ କେ ପେଙ୍ଗ୍ ।
ଅକ୍ସଫୋର୍ଡରେ ପାଠପଢ଼ା ସମୟରେ ଏଞ୍ଜେଲିନ୍ ଫ୍ରାନ୍ସିସ୍ଙ୍କ ଜେଡିଆ ଫ୍ରାନ୍ସିସ୍ଙ୍କ ସହ ଦେଖା ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏଞ୍ଜେଲିନ୍ ପରିବାର ଲୋକଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ ତାଙ୍କ ପରିବାର ଏଥିରେ ରାଜି ନଥିଲେ । ଏପରିକି ତାଙ୍କୁ ଏସବୁରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏଞ୍ଜେଲିନ୍ଙ୍କୁ ଧମକ ଦେଇଥିଲେ ।
ତାଙ୍କୁ ପରିବାର କିମ୍ବା ପ୍ରେମ ମଧ୍ୟରେ ଜଣଙ୍କୁ ପସନ୍ଦ କରିବାକୁ ବିକଳ୍ପ ଦେଇଥିଲେ । ଶେଷରେ ଏଞ୍ଜେଲିନ୍ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଶେଷରେ ପ୍ରେମକୁ ବାଛିଥିଲେ । ୨୦୦୮ ମସିହାରେ ଏଞ୍ଜେଲିନ୍ ପ୍ରେମିକ ଜେଡିଆ ଫ୍ରାନ୍ସିସ୍ଙ୍କୁ ବିବାହ କରିଥିଲେ ।
Powered by Froala Editor