ବଜ୍ରକାପ୍ତା ଖୋଳପା ଜବତ,ଜଣେ ଗିରଫ
ମୟୂରଭଞ୍ଜ : ପୁଣି ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ବାରିପଦାରୁ ୪ କେଜି ୮୨୦ ଗ୍ରାମର ବଜ୍ରକାପ୍ତା ଖୋଳପା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ୍।
ମୟୂରଭଞ୍ଜ ଜିଲ୍ଲା ବାରିପଦା ଫରେଷ୍ଟ ଡିଭିଜନ ବାଲିଚୁଆ ଗ୍ରାମରେ ଏସଟିଏଫ ଚଢାଉ କରିଛି। ଚଢାଉ ବେଳେ ୪ କେଜି ୮୨୦ ଗ୍ରାମର ବଜ୍ରକାପ୍ତା ଖୋଳପା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଚୁଆର ସୁରେନ ପୂର୍ତ୍ତି।
ଦିନକୁ ଦିନ ବନ୍ୟଜନ୍ତୁଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲିଛି। ଗତ ଏକ ବର୍ଷ ମଧ୍ୟରେ ୧୪ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟା ହରୀଣ ଚମଡା, ୩ଟି ଜୀବିତ ବଜ୍ରକାପ୍ତା, ୧୦ କେଜିର ବଜ୍ରକାପ୍ତା ଖୋଳପା ଜବତ ହୋଇଛି। ସେହିପରି ଏହି ସବୁ ମାମଲାରେ ୨୭ ଜଣଙ୍କୁ ଗିରଫ କରିଛି ଏସଟିଏଫ୍।
Powered by Froala Editor