ଏ-କେ ୪୭ ଜବତ
ବରଗଡ: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଥିବା ଜଣାଯାଇଛି । ଏସଓଜି ଓ ଓଡ଼ିଶା ପୁଲିସର ମିଳିତ ଅପରେସନରେ ମାଓବାଦୀ ଜଣକ ନିହତ ହୋଇଥିବା ଡିଜିପି ଅଭୟ ସୂଚନା ଦେଇଛନ୍ତି । ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ-ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଜଣେ ସିନିୟର କ୍ୟାଡର ମାଓବାଦୀର ମୃତୁ୍ୟ ହୋଇଛି । ଏହି ଅବସରରେ ବିଭିନ୍ନ ମାରଣାସ୍ତ୍ର ସହ ଏ-କେ ୪୭ ଓ ମାଗାଜିନ ଜବତ କରାଯାଇଛି । ଏହି ଅବସରରେ ମାଓବାଦୀଙ୍କୁ ହିଂସାର ମାର୍ଗ ଛାଡ଼ିବାକୁ ଡିଜିପି ଅଭୟ ଅପିଲ କରିଛନ୍ତି ।
Powered by Froala Editor