୩୧ରୁ ବଜେଟ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ
ଜାନୁଆରୀ ୩୧ରୁ ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ସଂସଦର ବଜେଟ୍ ଅଧିବେଶନ। ଫେବ୍ରୁଆରୀ ୧ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ। ୯ ଫେବ୍ରୁଆରୀ ଯାଏଁ ଏହି ଆଧିବେଶ ଚାଲିବ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏହା ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଆଖିଦୃଶିଆ ଯୋଜନା ଆଣିପାରନ୍ତି କେନ୍ଦ୍ର ସରକାର ।
ସୂଚନା ଅନୁଯାୟୀ, କୃଷକମାନଙ୍କୁ ଦିଆଯାଇଥିବା କିସାନ୍ ସାମନ୍ ନିଧି ଦ୍ୱିଗୁଣିତ କରିବାକୁ ସରକାର ଏକ ପ୍ରସ୍ତାବ ଆଣିପାରନ୍ତି। ମହିଳା ଏବଂ କୃଷକଙ୍କ ସହ ଜଡିତ ବଡ ଘୋଷଣା କରିପାରନ୍ତି ସରକାର।
Powered by Froala Editor