ଧ୍ୱଜଦଣ୍ଡ ପରେ ରାମ ମନ୍ଦିରରେ ଲାଗିଲା ସୁନା କବାଟ
୨୨ ତାରିଖରେ ଅଯୋଧ୍ୟା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।ହାପୂର୍ବରୁ ମଙ୍ଗଳବାର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ ଲାଗିଛି। ଏହିଭଳି ଆଉ ୧୩ ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି।
ସୋମବାର ସ୍ବର୍ଣ୍ଣ ଖଚିତ କବାଟଗୁଡ଼ିକ ପହଞ୍ଚିଥିଲା। ପରେ ସବୁଗୁଡ଼ିକୁ ସିସିଟିଭି କ୍ୟାମେରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସବୁଗୁଡ଼ିକୁ ଲଗାଯିବାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।
ଗତକାଲି ଅଯୋଧ୍ୟାରେ ପହଞ୍ଚିଥିଲା ଧ୍ୱଜଦଣ୍ଡ। ଅହମଦାବାଦ ଗୋଟାରୁ ୭ଟି ଧ୍ୱଜଦଣ୍ଡ ଆସିଛି। ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ହୋଇଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି। ୪୪ ଫୁଟର ଧ୍ୱଜଦଣ୍ଡକୁ ଶିଖର ଧ୍ୱଜଦଣ୍ଡ ବୋଲି କୁହାଯାଉଛି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଲାଗିବ ଏହି ଧ୍ୱଜଦଣ୍ଡ।
Powered by Froala Editor