କାମିଆ ଜାନି ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେପି ନେତା
ଭୁବନେଶ୍ୱର: କିଛି ଦିନର ଶିଥିଳତା ପରେ ଚର୍ଚ୍ଚିତ ୟୁଟୁ୍ୟବର କାମିଆ ଜାନି ପ୍ରସଙ୍ଗ ପୁଣି ଥରେ ଉଠିଛି । ବିଜେପି ନେତା ବିରଞ୍ଚି ତ୍ରିପାଠୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ ହିନ୍ଦୁମାନେ ହିଁ ମନ୍ଦିର ପ୍ରବେଶ କରିପାରିବେ । ଏହା ଲେଖା ହୋଇଛି । ତେବେ ଦୁଃଖର ବିଷୟ ଜଣେ ଅଣଓଡ଼ିଆ ଅଫିସର ଏବେ ରାଜନୀତି କରୁଛନ୍ତି । ସେହି ବ୍ୟକ୍ତି ପରମ୍ପରା ଭାଙ୍ଗି କାମିଆ ଜାନିଙ୍କୁ ମନ୍ଦିରକୁ ନେଲେ । ଏହା ଓଡ଼ିଆ ସଂସ୍କୃତି ବିରୋଧୀ ଓ ଜଗନ୍ନାଥ ସଂସ୍କୃତି ବିରୋଧୀ । ସେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
Powered by Froala Editor