ଆଜିଠୁ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ଼ ଶ୍ରମିକ ମହାସଂଘ।
ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି। ଏହାକୁ ନେଇ ଚିନ୍ତା ବଢିଛି। କାରଣ ଯୋଗାଣ ପ୍ରଭାବିତ ହେଲେ ଆଜି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି। ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ପରିବହନ କର୍ମଚାରୀ ସଂଘର ଆନ୍ଦୋଳନ ଡାକରାକୁ ସମର୍ଥନ ଦେବେ ନାହିଁ ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ। ତେଣୁ ରାଜ୍ୟରେ ଉଭୟ ଘରୋଇ ବସ୍ ଓ ମାଲବାହୀ ଟ୍ରକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ। ଯାତ୍ରୀବାହୀ ବସ୍ ଯାତାୟାତ ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ଲାଗି ପ୍ରଶାସନର ସହଯୋଗ ମଧ୍ୟ ଲୋଡ଼ିଛି ସଂଘ। ସେହିପରି ଅଲ ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡରେସନ ପକ୍ଷରୁ ଦିଆଯାଇଥିବା ଚକାବନ୍ଦ ଆନ୍ଦୋଳନକୁ ରାଜ୍ୟ ଟ୍ରକ ମାଲିକ ମହାସଙ୍ଗ ସମର୍ଥନ ଦେବ ନାହିଁ।
Powered by Froala Editor