କହିଲେ ହେମନ୍ତଙ୍କ ଭଉଣୀ, କଳ୍ପନା ସୋରେନ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି। ଏହାରି ଭିତରେ ତାଙ୍କ ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଥିଲେ ସୁଦ୍ଧା ପୂରାପୁରି ଥମିନି। ଏହାରି ଭିତରେ ହେମନ୍ତ ସୋରେନ୍ଙ୍କ ଭଉଣୀ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି।
ଯେତେବେଳେ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ କଳ୍ପନା ସୋରେନଙ୍କ ମୁଖ୍ୟମନ୍ତ୍ରୀ ହେବା ବିଷୟରେ ଆଲୋଚନା ବିଷୟରେ ପଚରାଗଲା, ସେ କହିଥିଲେ ଯେ ଯଦି ଆବଶ୍ୟକ ହୁଏ ତେବେ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆମ ଦଳରେ ଅନ୍ୟ ଲୋକ ମଧ୍ୟ ଅଛନ୍ତି କିନ୍ତୁ ଦଳର ବିଧାନସଭା ପାର୍ଟି ବୈଠକରେ ଏହାର ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ନିଶ୍ଚିତ କରିପାରିବ ନାହିଁ, କିନ୍ତୁ ଯଦି ଆବଶ୍ୟକ ହୁଏ, ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
କିଛି ଦିନ ତଳେ ଇଡି ତଦନ୍ତ ଜାରି ରହିଥିବାରୁ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇ ପାରେ ବୋଲି କୁହାଯାଉଥିଲା। ମୁଖ୍ୟମନ୍ତ୍ରୀ ପାଇଁ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନ୍ଙ୍କ ନାଁ ଆଗକୁ ଆସିଥିଲା। ତେବେ ବୁଧବାର ହେମନ୍ତ ସୋରେନଙ୍କ ବାସଭବନରେ ହୋଇଥିବା ବୈଠକ ପରେ ସେ ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଥିଲେ।
Powered by Froala Editor