ଚିଲିକା ମଝିରେ ଫସିଲେ କେନ୍ଦ୍ର ମତ୍ସ୍ୟଚାଷ ମନ୍ତ୍ରୀ

ଦୁଇ ଘଣ୍ଟା ଚଲିକା ମଝିରେ ଫସିଲେ କେନ୍ଦ୍ର ମତ୍ସ୍ୟ, ପଶୁ ଏବଂ ଗୋପାଳନ ମନ୍ତ୍ରୀ ପାର୍ଷୋତ୍ତମ ରୁପାଲା । ବାଲୁଗାଁ ନିକଟ ବରକୁଳ ଠାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାକୁ ଜଳପଥରେ ଯିବା ସମୟରେ ସେ ବସିଥିବା ଡଙ୍ଗାଟି ମତ୍ସ୍ୟଜୀବୀଙ୍କ ଜାଲରେ ଛନ୍ଦି ହୋଇଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଡଙ୍ଗା ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଅଟକି ରହିଥିଲା। ଫଳରେ ସେ ସାତପଡ଼ାକୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ବିଳମ୍ୱ ହେବାରୁ ମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ରାତିରେ କେନ୍ଦ୍ରମନ୍ତ୍ରୀ ପୁରୀ ଫେରି ଯାଇଥିବା ଜଣାପଡ଼ିଛି।
ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ସାଗର ପରିକ୍ରମା କାର୍ଯ୍ୟକ୍ରମ ରହିଥିଲେ। ଏଥିରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯାଉଥିଲେ। ଅପରାହ୍ନ ପ୍ରାୟ ୪.୧୫ ମିନିଟ୍ରେ ଉଭୟ ଅରଖପଦା ଘାଟରୁ ଡଙ୍ଗାରେ ବାହାରି ଥିଲେ। ସନ୍ଧ୍ୟା ୫.୧୫ ସୁଦ୍ଧା ସଭା ସ୍ଥଳରେ ମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ହେଲେ ସଞ୍ଜ ଯାଇ ରାତି ହେଲା। ମନ୍ତ୍ରୀଙ୍କ ଦେଖା ମିଳିଲା ନାହିଁ।
ଅଧ ବାଟରେ ମନ୍ତ୍ରୀଙ୍କ ଡଙ୍ଗାଟି ମତ୍ସ୍ୟଜୀବୀଙ୍କ ଜାଲରେ ଫସି ଯାଇଥିଲା। ପରେ ଘଟଣାସ୍ଥଳରେ ଅନ୍ୟ ମତ୍ସ୍ୟଜୀବୀମାନେ ପହଞ୍ଚି ଡଙ୍ଗାକୁ ଉଦ୍ଧାର କରିଥିଲେ। ଶେଷରେ ମନ୍ତ୍ରୀଙ୍କ ଡଙ୍ଗା ପ୍ରାୟ ସାଢ଼େ ୮ଟାରେ ସାତପଡ଼ାରେ ପହଞ୍ଚିଥିଲା।
Powered by Froala Editor