ଜେଲ୍ ଭିତରେ ପାର୍ଟି : ଗୀତ ଗାଇ, କେକେ କାଟି ଜନ୍ମଦିନ ପାଳିଲେ କଏଦୀ
ଜେଲ୍ ଭିତରେ ଜନ୍ମଦିନ ପାଳିଲେ କଏଦୀ। କାଟିଲ କେକ୍। ଜମିଲା ମଦ ମାଂସର ଆସର । କଏଦୀମାନେ ମିଶିକି କଲେ ପକୋଡ଼ା ପାର୍ଟି । ଏବେ ଭାଇରାଲ ହେଉଛି ଭିଡିଓ । ଆଉ ଭିଡିଓ ଭାଇରାଲ ପରେ ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି ।
ପଞ୍ଜାବ ଲୁଧିଆନାର ସେଣ୍ଟ୍ରାଲ ଜେଲ୍ ଭିତରେ ଜଣେ ବିଚାରଧୀନ କଏଦୀଙ୍କ ଜନ୍ମଦିନ ବେଶ୍ ଧୁମ୍ଧାମରେ ପାଳନ କରାଯାଇଛି। ଗୁରୁବାର ଦିନ ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଅନ୍ୟ କଏଦୀମାନେ ହାତରେ ମଦ ଗ୍ଲାସ ଆଉ ଚିକେନ୍ ପକୋଡା ଖାଉଥିବା ନଜର ଆସିଥିଲେ। କେବଳ ସେତିକି ନୁହେଁ ଆଜି ମଣି ଭାଇଙ୍କ ଜନ୍ମଦିନ ବୋଲି ଗୀତ ମଧ୍ୟ ଗାଉଥିଲେ। ଏହି ଭିଡଓ ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ ୨୦୧୯ରେ ଏକ ଲୁଟ୍ ମାମଲାରେ ଗିରଫ ହୋଇ ବିଚାରଧୀନ ଥିବା ହିମାଚଳ ପ୍ରଦେଶର ଅରୁଣ କୁମାର ଓରଫ ମଣି ରାଣାଙ୍କ ଜନ୍ମଦିନ ପାଳନ କରୁଥିଲେ।
ଜେଲର ଅଧିକାରୀମାନେ କହିଛନ୍ତି ଯେ ସେମାନେ ରାଣାଙ୍କ ନିକଟରୁ ଭିଡିଓ ରେକର୍ଡ ଏବଂ ଅପଲୋଡ୍ କରିବା ପାଇଁ ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରିଛନ୍ତି। ତେବେ ଉକ୍ତ ଫୋନ୍ ଭାଙ୍ଗି ଯାଇଛି। ଫୋନ୍ରୁ କୌଣସି ତଥ୍ୟ ଗ୍ରହଣ କରାଯାଇ ନାହିଁ ବୋଲି ସେ କହିଛନ୍ତି।
Powered by Froala Editor