ଶୀତରୁ ବଞ୍ଚିବା ପାଇଁ ଟ୍ରେନ୍ରେ ଗୋବର ଘସି ଜାଳିଦେଲେ ୨ ଯୁବକ

ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଜାଳି ଦୁଇ ଯୁବକ ଗିରଫ ହୋଇଛନ୍ତି । ଏକ୍ସପ୍ରେସ ଚାଲୁଥିବା ବେଳେ ହଠାତ୍ ଟ୍ରେନର ଜେନେରାଲ ବଗିରେ ଧୂଆଁ ବାହାରୁଥିବା ନେଇ ଡ୍ୟୁଟିରେ ଥିବା ଆରପିଏଫ ଯବାନଙ୍କୁ ସୂଚନା ମିଳିଥିଲା । ଯବାନ ଜଣଙ୍କ ସେହି ସ୍ଥାନକୁ ଯାଇ ଦେଖିଲା ବେଳକୁ କିଛି ଯାତ୍ରୀ ଏକାଠି ହୋଇ ଶୀତରୁ ବଞ୍ଚିବା ପାଇଁ ନିଆଁ ଜାଳୁଛନ୍ତି । ଏହାଦେଖି ଆର୍ପିଏଫ୍ ଯବାନ ଚକିତ ହୋଇପଡିଥିଲେ। ତୁରନ୍ତି କିଛି ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଲିଭାଇ ଦେଇଥିଲେ।
ଟ୍ରେନ୍ ଭିତରେ ଗୋବରରେ ଯୁବକ ନିଆଁ ଲଗାଇଥିଲେ । ଏହି ଖବର ଆରପିଏଫ ବେସକୁ ସୂଚନା ମିଳିବା ପରେ ଅଲିଗଡ଼ ଆରପିଏଫ ଟ୍ରେନକୁ ଅଧ ରାସ୍ତାରେ ଅଟକାଇଥିଲା । କେତେ ନିର୍ଭୟରେ ଯାତ୍ରୀମାନେ ଏଭଳି କରିଥାଇ ପାରନ୍ତି ଭାବି ଯବାନ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଅଘଟଣ ହେଲା ପୂର୍ବରୁ ଯବାନ ନିଆଁକୁ ଲିଭାଇ ଦେଇଥିଲେ । ଏହି ଘଟଣାରେ ଚନ୍ଦନ ଏବଂ ଦେବେନ୍ଦ୍ର ନାମକ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଦୁହିଁଙ୍କ ବୟସ ୨୦ ବର୍ଷ ବୟସ ହେବ । ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗରୁ ଗୋବର ଘସି ମିଳିଥିଲା । ଅଧିକ ଶୀତ ଲାଗିବାରୁ ବାଧ୍ୟ ହୋଇ ନିଆଁ ଜାଳିଥିବା କହିଛନ୍ତି ଅଭିଯୁକ୍ତ ।
Powered by Froala Editor