ସମ୍ବଲପୁରରେ ଏନ୍କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଆହତ
ସମ୍ବଲପୁରରେ ପୁଲିସ୍ ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍ଘାଟି ଆଇସ୍ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ପାଲଟା ଗୁଳି ଚାଳନା କରିଥିଲା ପୁଲିସ୍ । ଦୁର୍ବୃତ୍ତଙ୍କ ଗୋଡ଼ରେ ଗୁଳି ବାଜିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ତା’ ଛଡ଼ା ଅନ୍ୟ ୧୧ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସମ୍ୱଲପୁର ଏସ୍ପି ଏନେଇ ସୂଚନା ଦେଇଛନ୍ତି।
ଶୁକ୍ରବାର ରାତିରେ ସଦର ଥାନା ଅଞ୍ଚଳରେ ଏକ ମଦ ଦୋକାନରେ ଡକାୟତି ହୋଇଥିଲା। ଏହି ୧୦ରୁ ୧୨ ଜଣଙ୍କ ସମ୍ପୃକ୍ତି ଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଥିଲା। ଡକୟତମାନେ କେନଘାଟି ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ଜାଣି ପୁଲିସ ଚଢ଼ଉ କରିଥିଲେ। ଡକାୟତମାନେ ପୁଲିସ୍ ଉପରକୁ ଫାୟାରିଂ କରିଥିଲେ। ପୁଲିସ୍ କ୍ରସ୍ ଫାୟାରିଂରେ ଜାକବ ଆହତ ହୋଇଥିଲା।
Powered by Froala Editor