ଏକମୋ ଚିକିତ୍ସା କାହିଁକି ବ୍ୟୟବହୁଳ ଜାଣନ୍ତୁ?

କରୋନାରେ ସାଂଘାତିକ ସ୍ଥିତି ହୋଇଥିବା ରୋଗୀଙ୍କ ପାଇଁ ବର୍ତ୍ତମାନ ଏକମୋ ଚିକôିସା ଏକମାତ୍ର ମାଧ୍ୟମ ପାଲଟିଛି । କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ଏଥିପାଇଁ ଅନେକ ଅସମର୍ଥ ହେଉଛନ୍ତି । ଏଥିପାଇଁ ଅକାଳରେ ଚାଲିଯାଉଛି ଅନେକ ଅମୂଲ୍ୟ ଜୀବନ । କୋଭିଡ ରୋଗୀଙ୍କ ପାଇଁ ପାଇଁ ଏହି ଚିକôିସା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକୋ ମହାନ୍ତି । ଏଥିରେ ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି । ପରେ ଏହା ପୁଣି ଶରୀର ଭିତରକୁ ଫେରିଯାଉଛି । ଏହା ଶରୀରର ଅକ୍ସିଜେନକୁ ସାମୟିକ ଭାବେ ମେଣ୍ଟେନ କରିହେବାର ଏକ କୃତିମ ପ୍ରକ୍ରିୟା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ ରୁ ୫ ଲକ୍ଷ ଟଙ୍କା ଦରକାର ପଡୁଛି । ପରେ ଚକôିସା ଜାରି ରଖିବାକୁ ପ୍ରତ୍ୟେକ ଦିନ ୧ଲକ୍ଷ ରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଗରୁ ଫୁସଫୁସ ପ୍ରତିରୋପଣ ସମୟରେ ଏହା ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ଯେତେବେଳେ ନିମୋନିଆ ହେଉଛି, ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ଏହି ଚିକôିସା ଏକ ମାତ୍ର ଲାଇଭ ସେଭିଂ ଇନଷ୍ଟ୍ରୁମେଣ୍ଟ ପାଲଟିଛି । କାରଣ ଏହା ଲଗାଇଲେ ସାମୟିକ ଭାବେ ରୋଗୀଙ୍କୁ କିଛି ଦିନ ବଞ୍ଚାଇ ଦିଆଯାଇପାରିବ । ଏହା ହିଁ ଶେଷ ଆଶା ଲାଉଭ ସେଭ କରିବା ପାଇଁ । ଏବେ ଏହାର ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉସôୁକତା ବଢୁଛି । ରାଜ୍ୟରେ ୬ଟି ଏକମୋ ୟୁନିଟ ପାଇଁ ଟେଣ୍ଡର ସରିଛି । ଭାରତରେ ଏହି ମେସିନ ଉପôାଦନ ହେଉନାହିଁ । ବର୍ତ୍ତମାନ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି ।
Powered by Froala Editor