୩ ଦିନ ଘେରିପାରେ ଘନ କୁହୁଡ଼ି
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଶୁକ୍ରବାର ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ଶନିବାର ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି ।
ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ମାତ୍ର ଶୀତ ବଢ଼ିବାର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପର୍ୟ୍ୟନ୍ତ ଶୀତ ବଢ଼ିବା ସମ୍ଭାବନା ଦେଖାଯାଉନି । ହେଲେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳର କେତେକ ଅଞ୍ଚଳରେ କୁହୁଡ଼ି ରହିବ । ଆସନ୍ତା ୩ ଦିନ ଘନ କୁହୁଡ଼ି ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି, ୭ ତାରିଖ ସକାଳ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ଘେରିପାରେ ।
Powered by Froala Editor