ଭୟଙ୍କର ଦୁର୍ଘଟଣା : ଗୋଟିଏ ଲେନ୍ ଡେଇଁ ଅନ୍ୟ କାର୍ ସହ ପିଟିହେଲା କାର୍, ୩ ମୃତ

ମଙ୍ଗଳବାର ଜାତୀୟ ରାଜପଥ ଉପରେ ପରସ୍ପର ସହ କାର୍ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶରର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଘଟିଛି ଏଭଳି ଭୟଙ୍କର ସଡକ ଦୁର୍ଘଟଣା। ଏହି ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସୂଚନା ମୁତାବକ, ଗୋଦାବରୀ ଜିଲ୍ଲାର ଦେବରାପଲ୍ଲୀ ମଣ୍ଡଳରେ ଏକ କାର୍ ନିୟନ୍ତ୍ରଣ ହରାଇ ଅନ୍ୟ ଏକ ଲେନ୍ ପସି ଯାଇଥିଲା। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ କାର୍ ସହ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ କାର୍ ଛିନ୍ଛତ୍ର ହୋଇଯାଇଛି।
ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ, କାର୍ ସାମ୍ନା ପଟ ଭିତରକୁ ପଶିଯାଇଥିଲା। ଏମିତି କି କାରର କବାଟ ଭାଙ୍ଗି କିଛି ଦୂରରେ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି।ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗୋଟାଏ କାରରେ ୭ଜଣ ଯାତ୍ରୀ ଥିବା ବେଳେ ଅନ୍ୟ କାରରେ ୪ଜଣ ଥିଲେ। ଏହି ଦୁର୍ଘଟଣାରେ ୩ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାର ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠିବ।
Powered by Froala Editor