ଅନଲାଇନ ଅବତାରରେ ଗଣବଳାତ୍କାର
![ଅନଲାଇନ ଅବତାରରେ ଗଣବଳାତ୍କାର](https://odishanewslens.com/news_gallery/27041_1704311601.jpg)
‘ମେଟାଭର୍ସ ଭର୍ଚୁଆଲ୍ ରିଆଲିଟି ଗେମ୍’ରେ ପ୍ରଥମ କରି ଜଣେ ୧୬ ବର୍ଷୀୟ ଝିଅ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ କରିଛନ୍ତି। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା ନାବାଳିକା ଜଣକ କହିଛନ୍ତି ରିଆଲିଟି ଗେମରେ କିଛି ଲୋକ ତାଙ୍କ ଅନଲାଇନ ଅବତାରରେ ତାଙ୍କୁ ବଳାତ୍କାର କରିଥିଲେ। କୁହାଯାଉଛି ଏହି କାରଣରୁ ନାବାଳିକା ଚକିତ ହୋଇ ଭୟଭୀତ ହୋଇପଡିଛନ୍ତି।
‘ଇମର୍ସିଭ୍ ଗେମ୍’ରେ (ଏକ ପ୍ରକାର ଭିଡିଓ ଗେମ୍) ଝିଅଟି ଗୋଟାଏ ‘ଭର୍ଚ୍ୟୁଆଲ୍ ରିଆଲିଟି ହେଡ୍ସେଟ୍’ ପିନ୍ଧିଥିବା ବେଳେ ଦଳେ ବ୍ୟକ୍ତି ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଶାରୀରିକ ଆଘାତ ପାଇ ନ ଥିଲେ ମଧ୍ୟ ବାସ୍ତବ ଦୁଷ୍କର୍ମ ଯୋଗୁଁ ଯେଭଳି ଆବେଗିକ ଓ ମାନସିକ ବ୍ୟଥା ହୁଏ ଝିଅଟି ସେଭଳି ବ୍ୟଥା ପାଇଥିବା କଥା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି।
ଅନେକ ଲୋକଙ୍କ ଉପସ୍ଥିତିରେ ସେ ଅନଲାଇନରେ ବଳାତ୍କାରର ଶିକାର ହୋଇଥିଲେ। କୁହାଯାଉଛି ମେଟାଭର୍ସରେ ଭର୍ଚୁଆଲ ଦୁନିଆରେ ଏହା ହେଉଛି ପ୍ରଥମ ବଳାତ୍କାର ଘଟଣା। ବଳାତ୍କାର ପୀଡିତାଙ୍କ ପରି ନାବାଳିକାଙ୍କୁ ମଧ୍ୟ ମାନସିକ ନିର୍ଯାତନାର ସାମ୍ନା କରିବାକୁ ପଡିଥିଲା।
ସୂଚନାଯୋଗ୍ୟ, ବାସ୍ତବ ଦୁନିଆ ପରି ଭର୍ଚୁଆଲ ମେଟାଭର୍ସରେ ସମାନ କାର୍ଯ୍ୟ ଘଟୁଛି। ଏହି ଦୁନିଆରେ କୌଣସି ଲୋକ ନାହାନ୍ତି କିନ୍ତୁ ଲୋକମାନଙ୍କର ଅବତାର ଅଛି। ଯେଉଁମାନେ ମେଟାଭର୍ସରେ ସାଇନ ଇନ କରନ୍ତି ସେମାନଙ୍କୁ ଏକ ଭର୍ଚୁଆଲ ଦୁନିଆକୁ ପଠାଯାଏ। ସେମାନେ କେବଳ ଭର୍ଚୁଆଲ ଅବତାରରେ ଲୋକଙ୍କୁ ଭେଟିଥାନ୍ତି। ଏହାକୁ ପ୍ରଥମ ଭର୍ଚୁଆଲ ଯୌନ ଅପରାଧ ଭାବରେ ବର୍ଣ୍ଣନା କରାଯାଉଛି। ଅଧିକାରୀ କହିଛନ୍ତି ଏହା ଆଇନ ପାଇଁ ଏକ ନୂତନ ଆହ୍ବାନ ସୃଷ୍ଟି କରିଛି, କାରଣ ଏଭଳି ଅପରାଧ ପାଇଁ ଆଇନରେ କୌଣସି ଦଣ୍ଡ ବ୍ୟବସ୍ଥା ନାହିଁ।
Powered by Froala Editor